ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ

ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା ଉପରେ ଖୋଲାଖୋଲି ଭାବେ ମନ୍ତବ୍ୟ ହେଉଛନ୍ତି। ଅଭିନେତା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ନିକଟରେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ ଶେୟାର କରିଥିଲେ। କିଛି ୟୁଜର୍ସ ତାଙ୍କୁ କଳା ବୋଲି କହି ଟ୍ରୋଲ କରିଥିଲେ। ସୁହାନା ସେମାନଙ୍କୁ କଡା ଜବାବ ଦେଇଛନ୍ତି।
ଶାହରୁଖଙ୍କ ଝିଅ ହୋଇଥିବାରୁ ସୁହାନା ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସୁହାନା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରେ ସେ ରଙ୍ଗଭେବ ବିଷୟରେ କହିଛନ୍ତି। ବର୍ତ୍ତମାନ ବହୁତ କିଛି ଆଲୋଚନା ଚାଲିଛି ଏବଂ ଏହା ଆମକୁ ସମାଧାନ କରିବାକୁ ପଡିବ। ଏହା କେବଳ ମୋ ବିଷୟରେ ନୁହେଁ, ଏହା ପ୍ରତ୍ୟେକ ଯୁବତୀ/ଯୁବକଙ୍କ ବିଷୟରେ, ଯିଏ ବିନା କାରଣରେ ନିମ୍ନମାନର ଚିନ୍ତାଧାରା ସହିତ ବଢିଥାନ୍ତି। ଯେତେବେଳେ ମୋର ବୟସ ୧୨ ଥିଲା, ମୋତେ ଲୋକମାନେ କହିଥିଲେ ଚର୍ମର ରଙ୍ଗ ହେତୁ ମୁଁ ଅସୁନ୍ଦର ଅଟେ। ଏସବୁ ଠାରୁ ଦୂରରେ ରଖିବାକୁ କେତେ ଚେଷ୍ଟା କରୁଛ କିନ୍ତୁ ତୁମେ ପାରିବ ନାହିଁ। ଭାରତୀୟ ମୁଖ୍ୟତଃ ବାଦାମୀ ରଙ୍ଗର ଅଟନ୍ତି। ନିଜ ଲୋକଙ୍କୁ ଘୃଣା କରିବାର ଅର୍ଥ ହେଉଛି ତୁମେ ନିଜକୁ ଅସୁରକ୍ଷିତ ମନେ କରୁଛ। ମୁଁ ମୋ ରଙ୍ଗକୁ ନେଇ ଖୁସି ଅଛି ବୋଲି ସୁହାନା କହିଛନ୍ତି।

 

 

Share