ସୁହାନାଙ୍କ ସହ ମିଶୁଛି ଏହି ଯୁବତୀଙ୍କ ଚେହେରା, ୟୁଜର୍ସ କହିଲେ…

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହେବା ପରେ ସୁହାନା ଖାନ୍‌ଙ୍କ ଭାବବିହ୍ପଳ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ଆର୍ୟନଙ୍କ ବ୍ୟତୀତ ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ୭ ଅକ୍ଟୋବରରେ ମୁମ୍ବାଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଶାହାରୁଖଙ୍କ ଝିଅ ସୁହାନାଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓ ଉପରେ ଲୋକମାନେ ନିଜର ମତାମତ ଦେଉଛନ୍ତି। ଏହି ଝିଅର ନାମ ଇଶା ଜୈନ। ଇନଷ୍ଟାଗ୍ରାମରେ ତାଙ୍କର ୧୨୮୦୦୦ ଫଲୋଅର୍ସ ଅଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ତୁମେ ଠିକ୍‌ ସୁହାନାଙ୍କ ପରି ଦେଖାଯାଉଛ’। ଆଉ ଜଣେ ଲେଖିଛନ୍ତି, ‘ତୁମେ କେବଳ ସୁହାନାଙ୍କ ପରି।

ପ୍ରକୃତରେ ସୁହାନା ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେଠାରେ ରହି ସେ ପାଠ ପଢୁଛନ୍ତି। ସୁହାନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ଅନେକ ସମୟରେ ସେ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଥାଏ।

Share