ବଡ଼ ପଦକ୍ଷେପ ନେଲେ ଶାହାରୁଖଙ୍କ ଝିଅ; ବନ୍ଦ କଲେ…

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଡ୍ରଗ୍ସ ମାମଲାରେ ସେ ଏନ୍‌ସିବି ଦ୍ୱାରା ଗିରଫ ହେବା ପରେ ରିମାଣ୍ଡରେ ଅଛନ୍ତି। ଏପରିସ୍ଥିତିରେ ପରିବାରର ସମସ୍ତ ସଦସ୍ୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ଝିଅ ସୁହାନା ଖାନ୍‌। ସେ ନିଜର ଇନ୍‌ଷ୍ଟାଗ୍ରାମରେ କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି।

ଭାଇ ଏବେ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବାକୁ ସମସ୍ତ ପ୍ରକାର ନକରାତ୍ମକ ଚିନ୍ତାଧାରାରୁ ଦୂରରେ ରହିବାକୁ ଚାହୁଁଛନ୍ତି ସୁହାନା। ଲୋକମାନେ ଅପଶବ୍ଦ କହୁଥିବାରୁ ସୁହାନା ସେଗୁଡ଼ିକୁ ଶୁଣିବାକୁ ଚାହୁଁ ନ ଥିବା କୁହାଯାଉଛି।
ଏନ୍‌ସିବି ପକ୍ଷରୁ ଆର୍ୟନଙ୍କୁ ଦୁଇଥର କୋର୍ଟ ସମ୍ମୁଖରେ ହାଜର କରାଯାଇଛି। ହେଲେ ବାସ୍ତବ ଘଟଣା ଉପରୁ ପରଦା ହଟିନାହିଁ। ଅପରପକ୍ଷେ କୋର୍ଟ ଅକ୍ଟୋବର ୭ ଯାଏ ତାଙ୍କୁ ଏନ୍‌ସିବି ରିମାଣ୍ଡରେ ରଖିବାକୁ କହିଛନ୍ତି।

Share