ଆର୍ୟନଙ୍କୁ ଜାମିନ ମିଳିଲା ପରେ ଏମିିତି ଫଟୋ ଶେୟାର କଲେ ଭଉଣୀ

ମୁମ୍ବାଇ : କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ତେବେ ଆର୍ୟନଙ୍କୁ ଜାମିନ ମିଳିବା ପରେ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ। ନିକଟରେ ଆର୍ୟନଙ୍କ ଭଉଣୀ ସୁହାନା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।
ଏହି ପିଲାବେଳର ଫଟୋରେ ଶାହରୁଖଙ୍କ ସହ ସୁହାନା, ଆର୍ୟନ ମସ୍ତି କରୁଥିବା ନଜର ଆସୁଛନ୍ତି । ସେଥିରେ ସଲମାନ ମଧ୍ୟ ଅଛନ୍ତି। ସୁହାନା କ୍ୟାପ୍‌ସନରେ ଆଇ ଲଭ୍‌ ୟୁ ଲେଖିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share