ପୁଣି ଚର୍ଚ୍ଚାରେ ସୁହାନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିନଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କିଛି କମ୍‌ ନୁହେଁ। ସେ ସବୁବେଳେ ନୂଆନୂଆ ଫଟୋ ଭିଡିଓ ଶେୟାର କରି ଫ୍ୟାନ୍‌ଙ୍କ ସହ ଯୋଡି ହୋଇ ରୁହନ୍ତି। ଏବେ ଠିକ୍‌ ସେମିତି ଏକ ଫଟୋ ଶେୟାର କରିଛନ୍ତି।
କାଜୁଆଲ ଲୁକରେ ନଜର ଆସୁଛନ୍ତି ସୁହାନା। ସେଥିରେ ସେ ଏକ ଓଭରସାଇଜ ଶର୍ଟ ପିନ୍ଧିଛନ୍ତି। ଆଉ ଏକ ବ୍ଲାକ୍‌ ଟି-ଶର୍ଟ ଇନ କରି ପିନ୍ଧିବା ସହ ସଟ୍ସ ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି। ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି। ସେ ନ୍ୟୁୟର୍କରେ ଫଟୋ ଶୁଟ୍‌ କରିଥିବା ଜଣାପଡିଛି।

Share