Categories: ଜାତୀୟ

‘ଯୋଗୀ ଆଦିତ୍ୟନାଥ ମୋତେ ମାରିବାକୁ ଚାହୁଁଛନ୍ତି’

ଲକ୍ଷ୍ନୌ,୧୫।୨: ସୁହେଲଦେବ ଭାରତ ସମାଜ ଦଳ(ଏସ୍‌ବିଏସ୍‌ପି)ର ସଭାପତି ଓମ ପ୍ରକାଶ ରାଜଭର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଓମ ପ୍ରକାଶ ରାଜଭର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ମୋତେ ମାରିବାକୁ ଚାହୁଁଛନ୍ତି। ଓପି ରାଜଭାର ଏକ ଭିଡିଓ ଦେଖାଇ କହିଛନ୍ତି ଯେ ବନାରସରେ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଯୋଗୀ ଆଦିତ୍ୟନାଥଙ୍କ ଗୁଣ୍ଡାମାନେ ତାଙ୍କୁ ଘେରି ରହିଥିଲେ, କଲର ଧରିଥିଲେ, ମାଡ ମାରିଥିଲେ ଏବଂ ଗୁଳି ଚଳାଇବାର କଥା ହୋଇଥିଲେ। ଡିଏମ ଏବଂ କମିଶନରଙ୍କ ନିର୍ଦ୍ଦେଶରେ ଏହା ହୋଇଥିଲା। ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯାହା ଅନୁଯାୟୀ ନାମାଙ୍କନ ହଲରେ କେବଳ ତିନିଜଣ ବ୍ୟକ୍ତି, ପ୍ରାର୍ଥୀ, ପ୍ରସ୍ତାବକ ଏବଂ ଓକିଲ ରହିବା ଉଚିତ୍‌। ତେବେ ଶହ ଶହ ଲୋକ ସେଠାରେ କିପରି ପହଞ୍ଚିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଓପି ରାଜଭର ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ଆୟୋଗ ମୋତେ ସୁରକ୍ଷା ଯୋଗାଇବା ଉଚିତ ନଚେତ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ମୋତେ ହତ୍ୟା କରିପାରନ୍ତି। କିନ୍ତୁ ମୁଁ ଚେତାବନୀ ଦେବାକୁ ଚାହୁଁଛି, ଦଲିତ-ଗରିବ-ପଛୁଆବର୍ଗଙ୍କ ଏହି ଲଢେଇ ବନ୍ଦ ହେବ ନାହିଁ। ମୁଁ ମୋ ପରି ହଜାରେ ଓପି ରାଜଭର ପ୍ରସ୍ତୁତ କରିଛ। ଯଦି ତୁମେ ଗୋଟିଏ ଓପି ରାଜଭାରକୁ ହତ୍ୟା କର, ତେବେ ଏକ ହଜାର ଓପି ରାଜଭର ସାମ୍ନାକୁ ଆସିବେ।

Share