ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢୁଛି। ଏ ପର୍ଯ୍ୟନ୍ତ କରୋନାଠୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାରି ନ ଥିବାରୁ ସତର୍କତା ଏବଂ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ସହ ହାତକୁ ସାନିଟାଇଜ କରିବା ଦରକାର। ଏହାକୁ ଉପଲବ୍ଧି କରି ଜଣେ ଦଶମ ଶ୍ରେଣୀ ଛାତ୍ର ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ସେ ହେଲେ ପୁରୀର ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟରେ ପଢୁଥିବା ଶୁଭ୍ରଜ୍ୟୋତି ମହାନ୍ତି। ସେ ଏହି ସାନିଟାଇଜର ଷ୍ଟାଣ୍ଡ ନିର୍ମାଣ ପରେ ବିଦ୍ୟାଳୟର ନିର୍ଦ୍ଦେଶକ ତନ୍ମୟ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି।
ଶୁଭ୍ରଜ୍ୟୋତି କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ରମାନେ କିପରି ଜୀବାଣୁମୁକ୍ତ ହୋଇ ଶ୍ରେଣୀରେ ବସିବେ ସେଥିପାଇଁ ସେ ଚିନ୍ତା କରି ପାଦରେ ଚାଳନା କରାଯାଇପାରୁଥିବା ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଛାତ୍ରୀଛାତ୍ରମାନେ ହାତ ଧୋଇବାକୁ ତରଳ ସାବୁନ (ଲିକ୍ୟୁଇଡ୍‌ ସୋପ୍‌)କୁ ମଧ୍ୟ ଏହି ଷ୍ଟାଣ୍ଡ ମାଧ୍ୟମରେ ବ୍ୟବହାର କରିପାରିବେ। ଏଥିସହ ୫ ଲିଟର ଡବାରେ ଏକ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ମେଶିନ ତିଆରି କରିଥିଲେ। ମାତ୍ର କାନ୍ଥରେ ଟାଙ୍ଗିବାକୁ ଅସୁବିଧା ହେବାରୁ ୧ ଲିଟର ଡବା ଓ ୪ ଇଞ୍ଚର ପାଣି ପାଇପ କନେକ୍ଟର ବ୍ୟବହାର କରିଛନ୍ତି। ଏଥିରେ ରିଚାର୍ଜ ହୋଇ ପାରୁଥିବା ବ୍ୟାଟେରି ବ୍ୟବହାର କରାଯାଇଛି, ଯାହାକି ମୋବାଇଲ ଚାର୍ଜରରେ ଚାର୍ଜ ହୋଇପାରିବ। ଏହାବ୍ୟତୀତ ସେ ମୋଟା ଜରି, ଫିତା ଓ ଅଠାରେ ମାସ୍କ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ କାର ମୁଁହାମୁହିଁ ଧକ୍କା, ଭୟଙ୍କର ଦୂର୍ଘଟଣାରେ ଦୁଇ ମୃତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର...

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ୍‌: କାର୍ଯ୍ୟାଳୟ ଘେରାଉ କଲେ ଲୋକେ

କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍‌କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ...

ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ବରଗଡ଼, ୧୯।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ...

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା...

ନିର୍ବାଚନ ପ୍ରକ୍ରିୟା ସୁଦୃଢ଼ କରିବାକୁ ଗୁରୁତ୍ୱ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ...

‘ଆଲୋକରେ ଶବ୍ଦନୃତ୍ୟ’ ପୁସ୍ତକ ଲୋକାର୍ପିତ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ପକ୍ଷରୁ ଗାନ୍ଧୀ ସ୍ମୃତି ପାଠାଗାରରେ ସୋମବାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ...

ସିନାପାଲିଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image