କାବୁଲ,୧୨ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଏକ ହୋଟେଲରେ ସୁଇସାଇଡ ଆଟାକ ହୋଇଛି । ଏହି ହୋଟେଲରେ ଅଧିକାଂଶ ଚାଇନା ନାଗରିକ ଥିଲେ । ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ଅଧିକାରୀ ରହିଛନ୍ତି । କିଛିଦିନ ତଳେ ଚାଇନା ନାଗରିକଙ୍କ ସୁରକ୍ଷାକୁ ନେଇ କାବୁଲରେ ଚାଇନା ରାଷ୍ଟ୍ରଦୂତ ୱାଂଗ ୟୁ ଆଫଗାନିସ୍ତାନର ଉପ ବୈଦେଶିକମନ୍ତ୍ରୀ ଶେର ମହମ୍ମଦ ସ୍ତାନକଜଇଙ୍କୁ ସାକ୍ଷାତ୍ କରିଥିଲେ ।
ସୂଚନାଯୋଗ୍ୟ, ଯେଉଁ ହୋଟେଲରେ ସୁଇସାଇଡ ଆଟାକ ହୋଇଛି ସେଠାରେ ଅଧିକାଂଶ ଚାଇନା ନାଗରିକ ଥିଲେ । ହୋଟେଲରେ ଅଟୋମେଟିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀମାନେ ସୁଇସାଇଡ ଜ୍ୟାକେଟ ବି ପିନ୍ଧିଥିଲେ । ହୋଟେଲରେ ଖୁବ ଜୋରରେ ବିସ୍ଫୋରଣ ହୋଇଛି । ଏହା କାବୁଲର ଶାହର-ଏ-ନୌ ଅଞ୍ଚଳରେ ରହିଛି । ଏହା ଚାଇନା ପର୍ଯ୍ୟଟକଙ୍କ ପସନ୍ଦର ହୋଟେଲ । ଏଠାରେ ଚାଇନା ବ୍ୟତୀତ ଅନ୍ୟ ଦେଶର ନାଗରିକମାନେ ବି ବିସ୍ଫୋରଣ ସମୟରେ ରହିଥିଲେ ।