ବାଲୁଚିସ୍ତାନରେ ପୋଲିସ ଟିମ୍‌ ଉପରେ ଆତ୍ମଘାତୀ ଆକ୍ରମଣ…

ଇସଲାମାବାଦ,୬।୩ : ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ବାଲୁଚିସ୍ତାନରେ ପୋଲିସ ଟିମ୍‌ ଉପରେ ଏହି ଆକ୍ରମଣ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଥିବାବେଳେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଇତିମଧ୍ୟରେ ୧୫ ଜଣ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପୋଲିସ ଟିମ୍‌ ଡ୍ୟୁଟି ସାରି କ୍ୱେଟା ଫେରୁଥିବା ସମୟରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା।

Share