ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

ଖୋର୍ଦ୍ଧା ଅଫିସ, ୪।୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାରୀ ସକାଳେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କହିଛନ୍ତି। ପୋଲିସର ଉପସ୍ଥିତରେ ଯୁବକ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ସେ ହେଲେ ଖୋର୍ଦ୍ଧା ବୋଲଗଡ ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ।
ସାଇବର ଠକେଇ ଘଟଣାରେ ୧୬ ଲକ୍ଷ ଟଙ୍କା ହରାଇଛନ୍ତି ବ୍ରଜବନ୍ଧୁ ଏ ନେଇ ସେ ବାରମ୍ବାର କ୍ରାଇମବ୍ରାଞ୍ଚ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ନ ମିଳିବାରୁ ଶେଷରେ ସେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ବ୍ରଜନ୍ଧୁଙ୍କୁ ଉଦ୍ଧାରକରି ଥାନାକୁ ନେଇଥିବା ଜଣାଯାଇଛି ।

Share