କଟକ ଅଫିସ୍,୮।୯: ବିଧାନସଭା ଆଗରେ ବୁଧବାର ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ଜଗତସିଂହପୁର ଜିଲା କୁଜଙ୍ଗର ଦୁଷ୍ମନ୍ତ ଦାସ । ସେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।
ସୂଚନା ଅନୁସାରେ, ଦୁଷ୍ମନ୍ତଙ୍କ ବାମଗୋଡ଼ କଟକ ଏସ୍ସିବିରେ ଅସ୍ତ୍ରୋପଚାର ହୋଇଥିଲା। ହେଲେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ତାଙ୍କ ଗୋଡ଼ ଅଚଳ ହୋଇପଡ଼ିଥିଲା। ଏ ନେଇ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଦୁଷ୍ମନ୍ତ ୨୧ ଦିନ ମେଡିକାଲରେ ଚିକିତ୍ସା ହେବା ପରେ ମଧ୍ୟ ଭଲ ହୋଇ ନ ଥିଲେ। ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ବିଧାନସଭା ଆଗରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।