ପାକିସ୍ତାନର ଉତ୍ତର ୱଜିରିସ୍ତାନରେ ଆତ୍ମଘାତି ବିସ୍ଫୋରଣ, ୩ ସୁରକ୍ଷାକର୍ମୀଙ୍କ ସମେତ ୬ ମୃତ

ଇସଲାମାବାଦ,୧୫ ।୫: ଭାରତ ବିରୋଧରେ ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନ ଏବେ ନିଜେ ସେହି ନିଆଁରେ ଜଳି ପୋଡି ପାଉଁଶ ହେଉଛି । ଉତ୍ତର ୱଜିରିସ୍ତାନର ମିରାନଶାହ ଅଞ୍ଚଳରେ ରବିବାର ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ୩ ସୁରକ୍ଷାକର୍ମୀଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଆର୍ମି ପବ୍ଲିକ ରିଲେଶନ(ଆଇଏସପିଆର୍‌) ଅନୁଯାୟୀ, ମୃତ ଯବାନମାନେ ହେଲେ ଜୁବେର କାଦିର, ଉଜୈର ଅଫସର ଓ କାସିମ ମକସୁଦ । ଆଇଏସପିଆର୍ କହିଛି ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । ଗୁଇନ୍ଦା ସଂସ୍ଥା ଆତ୍ମଘାତି ଆକ୍ରମଣକାରୀ ଓ ଏହାର ସହଯୋଗୀଙ୍କୁ ଖୋଜୁଥିବା କହିଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି ।

Share