ଇସଲାମାବାଦ୍,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ମୋଟରସାଇକେଲ ଯୋଗେ ଆତ୍ମଘାତୀ ବିସ୍ଫୋରଣକାରୀ କନଭେନକୁ ଟାର୍ଗେଟ କରଥିଲେ ଆଫଗାନିସ୍ତାନ ସୀମାବର୍ତ୍ତୀ ଖାଇବର ପାଖ୍ଟନଖୱା ପ୍ରଦେଶର ବନ୍ନୁ ଜିଲାରେ ଏହି ଆକ୍ରମଣ ହୋଇଛି। ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର ନିନ୍ଦା କରିଛନ୍ତି।