କାବୁଲ,୨୭ା୩: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାହାରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ମନ୍ତ୍ରଣାଳୟ ନିକଟରେ ଆକ୍ରମଣ ଚଳିତ ବର୍ଷର ଏହା ଦ୍ୱିତୀୟ ଘଟଣା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପଟେ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।