ଆଫଗାନିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୭ମୃତ

କାବୁଲ,୧୩।୧୦: ଉତ୍ତର ଆଫଗାନିସ୍ତାନର ବାଗାନ ପ୍ରଦେଶର ପୋଲ-ଇ-ଖୋମରି ସହରରେ ନମାଜ ପଢିବା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଇମାମ ଜମାନ ମସଜିଦରେ ହୋଇଥିବା ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆକ୍ରମଣକାରୀ କିପରି ମସଜିଦରେ ପହଞ୍ଚିଲେ ଜାଣିବା ପାଇଁ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆକ୍ରମଣ ପଛର ଷଡଯନ୍ତ୍ରକାରୀକୁ ପୋଲିସ ଖୋଜୁଛି। ତେବେ ଏହି ବିସ୍ଫୋରଣ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ ଷ୍ଟେଟ ଦ୍ୱାରା କରାଯାଇଥିବା ଅନୁମାନ କରାଯାଉଛି।

Share