ସ୍ତ୍ରୀ ଓଢଣୀରେ ଫାଶୀ ଲଗାଇଲେ ସ୍ବାମୀ

ପାଟଣା,୧୪।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଲହରୁ ସ୍ତ୍ରୀର ଓଢଣୀରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ ପଲଟୁ ନାଏକ।

ସୂଚନାନୁଯାୟୀ, ପଲଟୁର ସ୍ତ୍ରୀ ସହ କଳହ ଯୋଗୁ ସେ ଫାଶୀ ଲଗାଇ ଦେଇଥିଲେ। ତାଙ୍କୁ ଘର ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।

Share