ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ରାଇଘର, ୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତେଲଙ୍ଗାନାର ଡି. ଗୋବର୍ଦ୍ଧନ। ଖବରପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଅତ୍ୟଧିକ ଋଣ ଭାର ଯୋଗୁ ସେ ମାନସିକ ଚାପରେ ଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣିବାକୁ ପାଇଛି।

Share