ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବିଏସ୍‌ଏଫ୍‌ ଯବାନ

କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାର ଜଲାପୁଟସ୍ଥିତ ବିଏସ୍‌ଏଫ୍‌ ୧୫ ବାଟାଲିଅନରେ କାର୍ଯ୍ୟରତ ଯବାନ ଶନିବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯବାନଙ୍କ ନାମ ହେଲା ଇନ୍ଦ୍ର ସିଂହ। ତାଙ୍କ ଘର ରାଜସ୍ଥାନ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଜଲାପୁଟଠାରେ ଥିବା ବିଏସ୍‌ଏଫ୍‌ ୧୫ ବାଟାଲିଅନର ଯବାନ ଇନ୍ଦ୍ର ସିଂହ ସକାଳେ ନିଜ କାର୍ଯ୍ୟ କରୁଥିବାବେଳେ ନିଜ ସର୍ଭିସ ବନ୍ଧୁକରୁ ଗୁଲିଫୁଟାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଲମତାପୁଟର ଆଶାକିରଣ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଇନ୍ଦ୍ର କିଛିଦିନ ତଳେ ଛୁଟି ନେଇ ନିଜ ଘର ରାଜସ୍ଥାନକୁ ଯାଇଥିଲେ। ଶୁକ୍ରବାର ଗାଁରୁ ଫେରି ଶନିବାର ସକାଳେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Share