ସୋମାଲିଆରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୨୦ ମୃତ…

ମୋଗାଦିଶୁ,୨୪।୯ : ସୋମାଲିଆରେ ଆତ୍ମଘାତୀ ଆକ୍ରମଣର ବନ୍ଦ ହେବାର ନା ଧରୁନି। ପୁଣି ଥରେ ବିସ୍ଫୋରଣରେ ସୋମାଲିଆରେ ଆତଙ୍କ ସୃଷ୍ଟି କରିଛି। ରବିବାର ବେଲେଡୱେନ ସହରରେ ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ।
ବେଲେଡୱେନ ଜିଲା କମିଶନର ଓମାର ଅଲାସେଙ୍କ ଅନୁଯାୟୀ ଏହି ଆକ୍ରମଣ ଦ୍ୱାରା ଏକ ବଜାର ଏବଂ ଦୁଇଟି ପେଟ୍ରୋଲ ଷ୍ଟେଶନକୁ ଟାର୍ଗେଟ କରାଯାଇଥିଲା।

ଏହା ଦ୍ୱାରା ବହୁ କ୍ଷୟକ୍ଷତି ଘଟିଛି। ଆତ୍ମଘାତୀ ବିସ୍ଫୋରଣରେ ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ସୁରକ୍ଷା ବାହିନୀ ଏବଂ ଡାକ୍ତରୀ ଦଳ କାର୍ଯ୍ୟ କରୁଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆଲସୋକ କହିଛନ୍ତି, ଆମେ ଆତଙ୍କବାଦୀ ଆକ୍ରମଣ ସହ ଜଡିତ ତଥ୍ୟ ସଂଗ୍ରହ କରୁଛୁ। ସେଠାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଆମେ ପୀଡିତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଉଛୁ। ଯଦି ସେଠାରେ ଗୁରୁତର ଆହତଙ୍କ ଚିକିତ୍ସା କରିହେବ ନାହିଁ, ତେବେ ଆମେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ମୋଗାଦିଶୁକୁ ଏୟାର ଲିଫ୍ଟ କରିବାକୁ ଚେଷ୍ଟା କରିବୁ ।

 

Share