ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ପୋଲସରା,୬।୧୦(ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମର ରୋହିତ ବିଷୋୟୀ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ସବୁ ବେଳେ ରୋହିତ ମଦ୍ୟପାନ କରି ଘରେ ଝଗଡ଼ା ଗଣ୍ଡଗୋଳ କରୁଥଲେ। ଗାଳି ଗୁଲଜ ସହି ନ ପାରି ସ୍ତ୍ରୀ ନିଜ ବାପ ଘରକୁ ଚାଲି ଯାଇଥିଲେ। ଘରେ କେବଳ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହୁଥବା ବେଳେ ଆଜି ଘରେ କେହି ନ ଥିବା ବେଳେ ରୋହିତ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍କୁଲରୁ ଫେରି ପୁଅ ଦେଖିଲା ବେଳକୁ ବାପା ଆତ୍ମହତ୍ୟ କରିଛନ୍ତି। ପୋଲସରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପଠାଇବା ସହ କେସ ନମ୍ବର ୧୬/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏଏସଆଇ ଦାମୋଦର ଦେହୁରୀ କହିଛନ୍ତି।

Share