ପଦ୍ମପୁର, ୭ା୧(ଡି.ଏନ.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ଅଞ୍ଚଳରେ ପାଠ ପଢ଼ିବା ପାଇଁ ଘରେ ତାଗିଦ୍ କରିବାରୁ ଜଣେ ୭ ବର୍ଷର ନାବାଳକ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପାଠପଢ଼ାକୁ ନେଇ ତାଙ୍କ ମା’ ତାଗିଦ୍ କରିଥିଲେ। ରାତିରେ ପଢ଼ାଘରେ ସେ ବେକରେ ରଶି ଲଗାଇ ଦେଇଥିବା ଶୁକ୍ରବାର ସକାଳେ ସେମାନେ ଦେଖିବାକୁ ପାଇଥିଲେ। ଖବର ପାଇ ସାବରଙ୍ଗ ଥାନା ଏଏସ୍ଆଇ ଯତୀନ୍ଦ୍ର ନାଥ ସିଙ୍କୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୧/୨୩) ରୁଜୁ କରାଯାଇଛି।