ଚୌଦ୍ୱାର,୨୬ା୮(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ କପାଳେଶ୍ୱର ନୂଆସାହିରୁ ଜଣେ ନାବାଳକର ଝୁଲନ୍ତା ମୃତଦେହକୁ ଚୌଦ୍ୱାର ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି । ସେ ହେଲେ ପାରସନାଥ ସିଂହଙ୍କ ପୁଅ ସରୋଜ(୧୬)।
ପ୍ରକାଶ ଯେ, ସରୋଜ ତାଙ୍କ ସାନଭାଇଙ୍କ ସହ ମଙ୍ଗଳବାର ରାତିରେ ଖାଇସାରି ଶୋଇଥିଲେ। ସକାଳୁ ଡୋର ସ୍କ୍ରିନ୍ ସାହାଯ୍ୟରେ ଶୋଇବା ଘର ପଙ୍ଖାରେ ଝୁଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଜାରିରଖିଛି। ମୃତ ସରୋଜଙ୍କ ଶୋଇବା ଘରୁ ଏକ ସୁଇସାଇଡ ନୋଟ୍ ପୋଲିସ ପାଇଛି। ଯାହାକୁ ଭିତ୍ତିକରି ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା କହିଛି ।