ଝାରସୁଗୁଡ଼ା ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ

ଝାରସୁଗୁଡ଼ା ଅଫିସ,୨୦ା୧୦: ଝାରସୁଗୁଡ଼ା ଉପକାରାଗାରରେ ଗୁରୁବାର ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମର ସୁବାସ ରୋହିଦାସ (୨୬)। ଏହି ସମ୍ପର୍କରେ ଜେଲ୍‌ର କରଣ ଓରାମ ଝାରସୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪୬/୨୨) ରୁଜୁକରି ତଦନ୍ତ ଚଳାଇଛି।

ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟ ଶବସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିବା ବେଳେ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ। କାରାଗାର ପରିସରରେ ଜଣେ କଏଦୀ ଆତ୍ମହତ୍ୟା ସମ୍ପର୍କରେ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଳାତ୍କାର ମାମଲାରେ ସୁବାସ ଜେଲ୍‌ ହାଜତରେ ସଜା କାଟୁଥିଲେ। ଏ ସମ୍ପର୍କରେ ଜେଲ୍‌ର କରଣ ଓରାମ କହିଛନ୍ତି, ସକାଳେ ତାଙ୍କ ମା’ ଉପକାରାଗାରକୁ ଯାଇ ସୁବାସଙ୍କ ସହ କଥାହୋଇ ଫେରିଥିଲେ। ଏହାପରେ ସୁବାସ ମାନସିକ ଚାପରେ ରହିଥିଲେ।

Share