Categories: ବାଣିଜ୍ୟ

କୋବ୍ରା କମାଣ୍ଡୋଙ୍କ ଆତ୍ମହତ୍ୟା

ବିଜାପୁର,୧୯।୮: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଦମନ ଲାଗି ମୁତୟନ ଥିବା ସିଆର୍‌ପିଏଫ୍‌ (କୋବ୍ରା) କମାଣ୍ଡୋ ବାଟାଲିୟନର ଜଣେ ଇନ୍ସପେକ୍ଟର ଶୁକ୍ରବାର ପୂର୍ବାହ୍ନରେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି।
କୋବ୍ରା ୨୧୦ ବାଟାଲିୟନର ଇନ୍ସପେକ୍ଟର ଶଫି ଅଖତର ତାଙ୍କ ଏକେ-୪୭ ରାଇଫଲରୁ ଗୁଳି ଫୁଟାଇ ଟଳି ପଡ଼ିଥିଲେ। ଗୁଳିଶଦ୍ଦ ଶୁଣି ତାଙ୍କ ସହକର୍ମୀମାନେ ସେଠାରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Share