ପ୍ରାକ୍ତନ ଜିଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୁରଭଞ୍ଜ ଜିଲା କୁସୁମୀ ବ୍ଲକ ୧୧ ନମ୍ବର ଜୋନ ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ବୈଦ୍ୟନାଥ ମହାନ୍ତ(୫୦) ବାଦାମପାହାଡ଼ ଥାନା ଅଧୀନ କୁମୁଡାଶୋଳ ଗ୍ରାମ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୦୨୩) ରୁଜୁ କରି ମୃତଦେହ ଜବତ କରିଥିଲା। ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।

ସୂଚନା ଯୋଗ୍ୟ, ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ବୈଦ୍ୟନାଥ ଜେଏମ୍‌ଏମ୍‌ ଦଳୀୟ ଟିକଟରୁ ୨୦୧୨ରେ ଜିଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ।

Share