Categories: ଜାତୀୟ

ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ ୧୯ ବର୍ଷୀୟ ଆଶାୟୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଶନିବାର ରାତି ୩ଟା ୪୫ରେ ସେ ଘରେ ଗଳାରେ ରଶି ଲଗାଇ ଆତ୍ମହାତ୍ୟା କରିଥିବା ପୋଲିସ କହିଛି। ପୂର୍ବରୁ ଦୁଇଥର ଏନ୍‌ଇଇଟି ପରୀକ୍ଷାରେ ଫେଲ୍‌ ହୋଇଥିବା ଧନୁଷ ନାମକ ଛାତ୍ର ଜଣକ ତୃତୀୟ ଥର ଏହି ପରୀକ୍ଷା ଦେଇଥାନ୍ତେ। ତାଙ୍କ ଆତ୍ମହତ୍ୟାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା।
ଡାକ୍ତରୀ ଶିକ୍ଷାଗ୍ରହଣ ପାଇଁ ଆଶାୟୀ ଥିବା ଉକ୍ତ ଯୁବକଙ୍କ ମୃତ୍ୟୁକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶୋକବ୍ୟକ୍ତ କରିଛନ୍ତି। ପ୍ରବେଶିକ ପରୀକ୍ଷା ରଦ୍ଦ ପାଇଁ ତାଙ୍କ ସରକାର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତିଦେଇଛନ୍ତି। ଏନ୍‌ଇଇଟିରେ କୃତକାର୍ଯ୍ୟ ହେବାପାଇଁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରୀକ୍ଷାରେ ଦୁର୍ନୀତି ହେବା ସହ ପ୍ରଶ୍ନପତ୍ର ଲିକ୍‌ ହେଉଛି। ପିଲାଙ୍କ ଆତ୍ମହତ୍ୟା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବା ଷ୍ଟାଲିନ୍‌ କହିଛନ୍ତି।

Share