ରମାଦେବୀ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରେ ଝୁଲିପଡ଼ିଲେ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତାଙ୍କର ପରୀକ୍ଷା ଚାଲିଥିବା ବେଳେ ୨ଟି ପେପର ଖରାପ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି। ତାଙ୍କ ଘର ରାୟଗଡ଼ା ଜିଲାରେ।

ସେ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଥିବା ଶହୀଦନଗର ପୋଲିସର ହସ୍ତଗତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରହିଛି।

Share