Advertisement

ତେଲୁଗୁ ଫିଲ୍ମ ନିର୍ମାତାଙ୍କ ଆତ୍ମହତ୍ୟା

ପଣଜୀ, ୪।୨: ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଡ୍‌ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ବୋଲି ପୋଲିସ କହିଛି। ୪୪ ବର୍ଷୀୟ ସୁକର୍ଣ୍ଣ କିଛିଦିନ ହେବ କେତେକ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସମସ୍ୟାକୁ ନେଇ ଚାପରେ ରହୁଥିବା ନେଇ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଅଭିଯୋଗରେ ୨୦୨୩ରେ ସେ ଗିରଫ ହୋଇଥିଲେ। ରଜନୀକାନ୍ତଙ୍କ ଅଭିନୀତ ପ୍ରସିଦ୍ଧ ‘କବାଲି’ ଫିଲ୍ମର ସେ ପ୍ରଯୋଜକ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share