ଆଲବମ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ଅଫିସ,୨୭ା୩: ଆଲବମ୍‌ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ନିଜ ଘର ସୋନପୁର ଜିଲା ବୀରମହାରାଜପୁରରେ। ସେ ତାଙ୍କ ମା’ଙ୍କ ସହ ମାମୁଘର ଆସିଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ପୋଲିସ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।

Share