Categories: ଜାତୀୟ

୪ ବର୍ଷର ପୁଅକୁ ଛାତିରେ ଜାବୁଡି ଧରି ଟ୍ରେନ୍‌ ଆଗକୁ ଡେଇଁଲେ ଶିକ୍ଷକ

ରୋହତକ,୯।୩: ରୋହତକରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଶିକ୍ଷକ ନିଜ ଚାରି ବର୍ଷର ପୁଅକୁ ଛାତି ଧରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ସମ୍ପୃକ୍ତ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପାରିବାରିକ କଳହ ଯୋଗୁ ଶିକ୍ଷକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ରୋହତକର କୁଲତାନା ଗାଁର ବାସିନ୍ଦା କପ୍ତାନ (୩୬) ଦିଲ୍ଲୀର ଝାଡୋଡାସ୍ଥିତ ବିଦ୍ୟାଳୟରେ ଶିକ୍ଷକ ଥିଲେ। ସେ ରାତି ପ୍ରାୟ ୩ଟାରେ ପୁଅ ନମନ (୪) ଙ୍କ ସହ ଘରୁ ବାହାରିଥିଲେ। ବିଳମ୍ବିତ ରାତିରେ ସେ ବାଦପୁର ନିକଟରେ ନିଜର ଚାରି ବର୍ଷର ପୁଅକୁ ଛାତିରେ ଜାବୁଡି ଟ୍ରେନ୍‌ ଆଗକୁ ଡେଇଁତତ୍ଲେ। ମୃତଦେହ ନେବାକୁ ଡାକ୍ତରଖାନାରେ ପହଞ୍ଚିଥିବା କପ୍ତାନଙ୍କ ସାନଭାଇ କପିଲ କହିଛନ୍ତି ଯେ ଭାଇ ଓ ଭାଉଜଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହେଉଥିଲା। ସନ୍ଦେହ କରାଯାଉଛି ଯେ ଏହି କାରଣରୁ ଭାଇ ଏହି ପଦକ୍ଷେପ ନେଇଛନ୍ତି। ତେବେ ପରିବାର ସଦସ୍ୟ ଜିଆର୍‌ପିକୁ ଦେଇଥିବା ବିବୃତ୍ତିରେ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ, ସେମାନେ ଶେଷ ରୀତିନୀତି ପରେ ହିଁ ଏ ବିଷୟରେ ଆଲୋଚନା କରିବେ।

Share