କିସ୍ତି ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା

ଯାଜପୁର ରୋଡ୍‌,୧୫ା୭(ଡି.ଏନ.ଏ.):ଯାଜପୁର ରୋଡ୍‌ ଥାନା ଅଧୀନ ସାପଗାଡ଼ିଆ ଗାଁରେ କିସ୍ତି ଟଙ୍କା ପରିଶୋଧ କରି ନ ପାରିବାରୁ ଦୀନବନ୍ଧୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗୁରୁବାର ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୀନବନ୍ଧୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବଂ ୩ ପିଲାଙ୍କୁ ନେଇ ସାପଗଡ଼ିଆରେ ରୁହନ୍ତି। ଗତ କିଛିଦିନ ହେବ ସେ କାମଧନ୍ଦା କରିପାରୁ ନ ଥିଲେ। ଫଳରେ ବିଭିନ୍ନ ଘରୋଇ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ଶୁଝି ପାରୁ ନ ଥିଲେ। ଗୁରୁବାର ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା ଦେବାକୁ ଥିବାବେଳେ ଏହାକୁ ନେଇ ସ୍ତ୍ରୀଙ୍କ ସହିତ ତାଙ୍କର ପାଟିତୁଣ୍ଡ
ହୋଇଥିଲା। ପରେ ସାବିତ୍ରୀ ପୁଅକୁ ଆଣିବାକୁ ସ୍କୁଲକୁ ଯାଇଥିବା ବେଳେ ଦୀନବନ୍ଧୁ ନିଜ ଘର କବାଟ ବନ୍ଧରେ ରଶି ଲଗାଇ ଦେଇଥିଲେ। ଖବର ପାଇ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

Share