ସୁଜଳ ଷ୍ଟାଣ୍ଡ ପୋଷ୍ଟରୁ ଟେପ ଚୋରି

ଗଞ୍ଜାମ,୨୬।୯(ବିଦ୍ୟାଧର ସାହୁ ): ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ଓ ଜନସାଧାରଣ ପିଇବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ଠାରେ ସୁଜଳ ଷ୍ଟାଣ୍ଡ ପାଇପ ଲଗାଯାଇଥିଲା। ହେଲେ ଗତ କାଲି ଅର୍ଥାତ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଷ୍ଟାଣ୍ଡ ପାଇପରୁ ଦୁଇଟି ଟେପ ଚୋରି କରି ନେଇଯାଇଥିବା ଦେଖିବାକୁ ମିଳିଛି l l ଯାହା ଫଳରେ ସେଠାରୁ ଅନବରତ ପାଣି ବାହାରୁଛି। ସୁଜଳ ଷ୍ଟାଣ୍ଡ ପାଇପ ଯେଉଁଠି ଅଛି ତା ସମ୍ମୁଖରେ ଥିବା ଏକ ବାଇକ ଗ୍ୟାରେଜରେ ସିସିଟିଭି ଲାଗିଛି l ଉକ୍ତ ସିସିଟିଭି ଯାଞ୍ଚ କରାଯାଏ ତାହେଲେ ଚୋରି ଧାରା ପଡିଯିବ ବୋଲି କାଉନସିଲର ପ୍ରତିନିଧି ଅରୁଣ ମହାନ୍ତି କହିଛନ୍ତି l ଗୋଟେ ପଟେ ଏନଏସିଇଓ ଅବିନାଶ ମିଶ୍ର ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ବିଭିନ୍ନ ସୁବିଧା କରୁଥିଲେ ମଧ୍ୟ ଅସାମାଜିକ ବ୍ୟକ୍ତିମାନେ ସରକାରୀ ଜିନିଷ ଚୋରି କରି ନେଉଥିବା ଏନଏସି ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲେ ମଧ୍ୟ ଦୁର୍ବୁତ୍ତମାନେ ତାହାକୁ ଭୃକ୍ଷେପ କରୁ ନ ଥିବା ସହରରେ ଚର୍ଚ୍ଚା ହେଉଛି l ଷ୍ଟାଣ୍ଡ ପୋଷ୍ଟ ପାଇପ ଟେପ ଚୋରକୁ ପୋଲିସ ଧରି ପାରିଲେ ଅନ୍ୟ ଚୋରମାନେ ଚୋରି କରିବା ପୂର୍ବରୁ ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି l