ସୁଜାତା କାର୍ତ୍ତିକେୟନଙ୍କୁ ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨ା୧୧: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବୁଧବାର ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ମିଶନ ଶକ୍ତି ବିଭାଗର କମିଶନର ଭାବେ କାର୍ଯ୍ୟ କରୁଛନ୍ତି।

Share