ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ

ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ଆଜି ମୋ ପାଇଁ ଖୁସିର ଦିନ। ଏଥିସହ ତେବେ ଭାଜପାରେ ଯୋଗ ଦେବା ପରେ ନିଜ ଇସ୍ତଫାର କାରଣ ଖୋଲି କହିଛନ୍ତି ସୁଜିତ କୁମାର। ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ଦଳ ଛାଡ଼ିଲି।

ସେ ଟୁଇଟ୍‌ କରି କହିଛନ୍ତି, ମୋତେ ଦଳରେ ଅନାଦର କରାଯାଉଥିଲା। ଦଳ ଆଉ ମୋର ସେବା ଆବଶ୍ୟକ କରୁନଥିଲା ବୋଲି ଅନୁଭବ କଲି। ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଲି ବୋଲି ସୁଜିତ କହିଛନ୍ତି।

ସୁଜିତ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍‌ରେ ସୂଚନା ଦିଆଯାଇଛି।

ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ତେଜୁଛି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ୍‌,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ...

ଆଜି ଭୁବନେଶ୍ୱରରେ ନୁହେଁ, ସମ୍ବଲପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର): ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ବାହାରେ ଲୋକଙ୍କ ଅଭିଯୋଗ ଶୁଣିବେ। ସୋମବାର ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ...

ଆଜି ମୋଦି-ଭାନ୍ସ ଆଲୋଚନା

ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ...

ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image