ଭୁବନେଶ୍ୱର,୯ା୧୨: ରାଜ୍ୟ ସଭା ପାଇଁ ସୁଜିତ୍ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସୁଜିତ୍ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।
ସୂଚନା ଥାଉକି, ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ସୁଜିତ୍ ଏକ ବିସ୍ଫୋରକ ବୟାନ ବି ଦେଇଥିଲେ। ସେ କହିଥିଲେ, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା। ଏପରିକି ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା ମୋତେ କହୁଥିଲେ। ସେମାନଙ୍କ ଚାମଚାଗିରି କରିବାକୁ କହୁଥିଲେ। ମୁଁ ବିଦେଶରେ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା। ଯେଉଁଥିପାଇଁ ମୁଁ ଦଳ ଛାଡ଼ିଛି। ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ବି ଧମକ ଦେଇଥିଲେ। ମୋ’ ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିବାର ସୁଜିତ୍ ଭାଜପାରେ ମିଶିବାବେଳେ କହିଥିଲେ।