ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଲେ ସୁଜିତ: ଆଜି ଧରିବେ କି ପଦ୍ମ ?

ଭୁବନେଶ୍ୱର,୬।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ଯାଇ ପହଞ୍ଚି ଯାଇଛନ୍ତି ସୁଜିତ କୁମାର। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୁଜିତ । ଅଳ୍ପ କେଇଟା ସମୟ ପରେ ସୁଜିତ ଭାଜପାରେ ଯୋଗଦେଇପାରନ୍ତି। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ଇସ୍ତଫା ପତ୍ର ପଠାଇବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ।
ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

Share