ସୁଜିତ୍‌ଙ୍କ ବିସ୍ଫୋରକ ବୟାନ: କହିଲେ ଦୁଇ ନେତାଙ୍କ ପାଇଁ…

ଭୁବନେଶ୍ୱର,୬ା୯: ଭାଜପାରେ ମିଶିବା ପରେ ସୁଜିତ୍‌ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି। ସୁଜିତ୍‌ କହିଛନ୍ତି, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା। ଏପରିକି ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା ମୋତେ କହୁଥିଲେ। ସେମାନଙ୍କ ଚାମଚାଗିରି କରିବାକୁ କହୁଥିଲେ। ମୁଁ ବିଦେଶରେ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା। ଯେଉଁଥିପାଇଁ ମୁଁ ଦଳ ଛାଡ଼ିଛି। ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ବି ଧମକ ଦେଇଥିଲେ। ମୋ’ ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ ବୋଲି ସୁଜିତ୍‌ କହିଛନ୍ତି।

Share