ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ସୁକାନ୍ତ

ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ। ଗୋଟିଏ ହାତ ଓ ଗୋଡ ଦ୍ୱାରା ସେ ସାଇକେଲ, ଗ୍ୟାସ ଚୁଲା ମରାମତି କାମ କରିବା ସହ ବିଭିନ୍ନ ପାଟର୍‌ସ ବିକୁଛନ୍ତି। ସେ ହେଲେ ଶୁକାନ୍ତ କୁମାର ମହାପାତ୍ର(୫୫)।
ଯୁବ ସୁଲଭ ଭଳି କାମ କରୁଛନ୍ତି ଏବଂ ସେହି ରୋଜଗାରରେ ପରିବାର ପ୍ରତିପୋଷଣ କରୁଛନ୍ତି। କିପରି ଏକ ହାତ ହରାଇଲେ ପଚାରିଲେ ସୁକାନ୍ତ କୁହନ୍ତି, ପିଲାବେଳେ ଗଛରୁ ଆମ୍ବ ତୋଳିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡିଥିଲି। ସେତେବେଳେ ହାତ ଭାଙ୍ଗି ଯାଇଥିଲା। ଚିକିତ୍ସା ସମୟରେ ସେଫଟିକ୍‌ ହୋଇଯିବାରୁ ହାତ କାଟିବାକୁ ପଡିଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଶାସନିପଡ଼ା ଗ୍ରାମରେ। ୩ ଭାଇ ମଧ୍ୟରେ ସେ ସବାସାନ ଥିଲେ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ଏମିତି ଦୁର୍ଘଟଣା ଘଟିଥିଲା। ଗୋଟିଏ ହାତ ହରାଇବା ଏବଂ ଆର୍ଥିକ ଅନଟନ ଯୋଗୁ ନବମ ଶ୍ରେଣୀରୁ ପାଠରେ ଡୋରି ବନ୍ଧା ହେଲା। ୧୯୮୦ରେ ପାରାଦୀପ ଆସି ଏକ ସାଇକେଲ ଦୋକାନରେ ମରାମତି କାମ ଶିଖିଥିଲି। ପରେ ନିଜେ ଅଠରବାଙ୍କି ବଜାର ରାସ୍ତା କଡ଼ରେ ସାଇକେଲ ମରାମତି କାର୍ଯ୍ୟ ଆରମ୍ଭ କରିଥିଲି। ୧୯୯୫ରେ ପାରାଦୀପ ପୌର ପରିଷଦ ଅଠରବାଙ୍କି ବଜାର ନିର୍ମାଣ କରିବା ବେଳେ ସେତେବେଳେ ଅର୍ଥ ଜମା କରି ନିଜେ ଏକ ଦୋକାନ ଘର ପାଇଛି। ଏହି ଦୋକାନ ରୋଜଗାରରୁ ପରିବାର ଚଳାଇବା ସହ ବିଜୟଚନ୍ଦ୍ରପୁରଠାରେ ଏକ ନିଜସ୍ବ ଘର ମଧ୍ୟ ସେ କରିଛନ୍ତି। ୨୦୦୩ରେ ବିବାହ କରିଥିଲେ। ଏବେ ୨ ପୁଅଙ୍କୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ମଧ୍ୟ କରୁଛନ୍ତି। ଗୋଟିଏ ହାତ ହରାଇ ଥିଲେ ହେଁ ସେ କେବେ ନିଜକୁ ଅସହାୟ ବୋଲି ମନେ କରିନାହାନ୍ତି। କିମ୍ବା ସରକାରୀ ଭାବେ କୌଣସି ସହାୟତା ଏ ପର୍ଯ୍ୟନ୍ତ ନେଇ ନାହାନ୍ତି। ଓଲଟି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ସାହାଯ୍ୟ ମଧ୍ୟ କରନ୍ତି। ଏଭଳି ଦୃଢ ମନୋବଳ ସମ୍ପର୍କରେ କୁହନ୍ତି, ଏଥିପାଇଁ ମୋର ବଡ଼ଭାଇ ଶରତଙ୍କ ଅବଦାନ ରହିଛି। ସେ ମୋତେ ମେଡ଼ିକାଲରେ ଥିବା ବେଳେ କହିଥିଲେ ଅବଶିଷ୍ଟ ଜୀବନ ଏମିତି ଗୋଟିଏ ହାତରେ ଚଳିବାକୁ ପଡିବ। ସେଥିପାଇଁ ତୋ ଆଗରେ ୨ଟି ବିକଳ୍ପ। ନିଜେ ଗୋଟିଏ ହାତରେ ସ୍ବାବଲମ୍ବୀ ନା ଅନ୍ୟର ସାହାଯ୍ୟ ଜରିଆରେ ବଞ୍ଚତ୍ବୁ। ସେତେବେଳେ ବାମ ହାତରେ କାମ କରିବା ଏବଂ ଲେଖିବା ବହୁତ କଷ୍ଟ ହୋଇଥିଲା। ସମୟ ଓ ପରିସ୍ଥିତି ସେହି ବାମ ହାତରେ ସବୁକିଛି କରିବାକୁ ବାଧ୍ୟ କରିଛି ବୋଲି ସେ କୁହନ୍ତି। ଅନ୍ୟ ଭିନ୍ନକ୍ଷମଙ୍କ ସମ୍ପର୍କରେ କୁହନ୍ତି, କେବେ ବି ନିଜକୁ ଅସହାୟ କିମ୍ବା ଅସହଜ ଭାବନ୍ତୁ ନାହିଁ। ମନୋବଳ ଦୃଢ କରି ଆଗକୁ ବଢ଼ିଲେ ନିଶ୍ଚୟ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri