ଜ୍ୟାକ୍‌ଲିନଙ୍କ ପାଇଁ ପାଗଳ ସୁକେଶ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଜେଲ୍‌ରେ ଥାଇ ଚିଠି ଲେଖିଛନ୍ତି ପ୍ରେମିକ ସୁକେଶ ଚନ୍ଦ୍ରଶେଖର। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଲରେ ସଜା କାଟୁଥିବା ସୁକେଶ ନିଜ ଚିଠିରେ ଜ୍ୟାକ୍‌ଲିନ୍‌ଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପହାର ବୋଲି କହିଛନ୍ତି। ମନିଲଣ୍ଡରିଂ ଅଭିଯୋଗରେ ସୁକେଶ ବର୍ତ୍ତମାନ ମଣ୍ଡୋଲି ଜେଲରେ ଅଛନ୍ତି। ଅନ୍ୟପକ୍ଷେ ମନିଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କ କୌଣସି ଭୂମିକା ନ ଥିବାବେଳେ ଅଭିନେତ୍ରୀ ତାଙ୍କ ସ୍ବାଭିମାନ ପାଇଁ ଲଢ଼େଇ କରୁଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସୁକେଶ ଜ୍ୟାକ୍‌ଲିନ୍‌ଙ୍କୁ ‘ବୁଟା ବୋମା’ ବୋଲି ସମ୍ବୋଧନ କରିଛନ୍ତି। ତେଲୁଗୁରେ ଯାହାର ଅର୍ଥ ‘ସୁନ୍ଦର କଣ୍ଢେଇ’। ସୁକେଶ ଜେଲରେ ଥାଇ ଜ୍ୟାକ୍‌ଲିନ୍‌ଙ୍କୁ ଖୁବ୍‌ ମନେପକାଉଥିବାବେଳେ ତାଙ୍କ ପ୍ରତି ଥିବା ଭଲପାଇବା କେବେ କମିବ ନାହିଁ ବୋଲି କହିଛନ୍ତି। କନ୍‌ମ୍ୟାନ୍‌ ତଥା ମହାଠକ ନିଜ ଜନ୍ମଦିନ ଅବସରରେ ଏହି ଚିଠି ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଲେଖିଥିବା କୁହାଯାଉଛି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ। ଗତବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ‘ସର୍କସ୍‌’ରେ ଜ୍ୟାକ୍‌ଲିନ୍‌ଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା। ତେବେ ମହାଠକ ସୁକେଶଙ୍କ ଚିଠିକୁ ନେଇ ଜ୍ୟାକ୍‌ଲିନ୍‌ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share