Categories: ବାଣିଜ୍ୟ

ସୁଖୀ ସହ ସଚ୍ଚୀ ସହେଲୀର ସହଭାଗିତା

ଭୁବନେଶ୍ୱର, ୨୩।୯: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ସଚ୍ଚୀ ସହେଲୀ ଏବଂ ବଲିଉଡ୍‌ ଫିଲ୍ମ ସଖୀ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁସାରେ ଉଭୟେ ଉଭୟଙ୍କର ପ୍ରଚାର ପ୍ରସାର କରିବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ସୋନାଲ ଜୋଷୀ ନିର୍ଦ୍ଦେଶିତ ‘ସଖୀ’ ଏକ ଇମୋସନଲା ଡ୍ରାମା ଫିଲ୍ମ ହୋଇଥିବାବେଳେ ସେଥିରେ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଶିଳ୍ପ ସେଟ୍ଟୀ, ଅମିତ ସୁଧା, କୁଶ କପିଲ, ଦିଲ୍‌ନାଜ୍‌ ଇରାନୀ, ପ୍ରବୀଣ ଗୁଜରାଲ ଏବଂ ଚୈତନ୍ୟ ଚୌଧୁରୀଙ୍କ ଭଳି କଳାକାର ସେମାନଙ୍କର ନିଖୁଣ କଳା ପ୍ରଦର୍ଶନ କରିଛନ୍ତି। ଏପରିକି ଶିଳ୍ପ ସେଟ୍ଟୀ (ସୁଖପ୍ରୀତ କାର୍ଲା) ଗୃହିଣୀ ଭୂମିକାରେ ବଳିଷ୍ଠ ଅଭିନୟ କରିଛନ୍ତି। ଏ ସମ୍ପର୍କରେ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ଏମ୍‌ଡି ଡା. ସଞ୍ଜୀବ ଜୁନେଜା କହିଛନ୍ତି, ସଖୀ ସହିତ ସଚ୍ଚୀ ସହେଲୀର ପାର୍ଟନର (ବୁଝାମଣା) ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଆନନ୍ଦିତ । କାରଣ ଉକ୍ତ ଫିଲ୍ମ ବେଶ୍‌ ପ୍ରଭାବଶାଳୀ ଓ ନାରୀ କେନ୍ଦ୍ରିକ ହୋଇଥିବାରୁ ସଚ୍ଚୀ ସହେଲୀ ଫିଲ୍ମ ସହ ଜଡିତ ହୋଇଛି। ବିଶେଷ କରି ଉକ୍ତ ଚଳଚ୍ଚିତ୍ରରେ ଗୃହିଣୀ ଜଣକ କିଭଳି ପରିବାର ପାଇଁ ଶତପ୍ରତିଶତ ତ୍ୟାଗ କରୁଛି ଏବଂ ସବୁ ପରେ ମଧ୍ୟ ଗୃହିଣୀ ଜଣକ ପରିବାର ସମସ୍ତ ସମସ୍ୟାର ସମାଧାନ କରୁଛି ବୋଲି ଜୁନେଜା ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୬୭ ଦୁର୍ଲଭ ପ୍ରାକୃତିକ ଜଡିବୁଟିରେ ପ୍ରସ୍ତୁତ ସଚ୍ଚୀ ସହେଲୀ ଆୟୁର୍ବେଦିକ ଟନିକ ମହିଳାଙ୍କ ପାଇଁ ବିଶେଷ ଲାଭକାରୀ ହୋଇପାରିଛି। ଏପରିକି ସଚ୍ଚୀ ସହେଲୀର ମାନ ଓ ଗୁଣାତ୍ମକତା ଯୋଗୁ ତାହା ବେଶ୍‌ ଜଣାଶୁଣା ଓ ଲୋକପ୍ରିୟ ହୋଇପାରିଛି। ବିଶେଷକରି ଉକ୍ତ ଟନିକ ମହିଳାଙ୍କର ରୋଗ ନିୟନ୍ତ୍ରଣ ସହ ରୂପ ଓ ସୌନ୍ଦର୍ଯ୍ୟରେ ମଧ୍ୟ ବେଶ୍‌ ପ୍ରଭାବୀ କାର୍ଯ୍ୟ କରିଥାଏ।

Share