Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତରେ ସୁଖପାଲ ସିଂ

ଚଣ୍ଡିଗଡ,୧।୧୦: ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ ଶେଷ ହେବା ପରେ, କଡା ସୁରକ୍ଷା ମଧ୍ୟରେ ଖେରାଙ୍କୁ ଜଲାଲାବାଦସ୍ଥିତ କୋର୍ଟରେ ହାଜର କରାଯାଇଥିଲା। ଭୁଲାଥରୁ ବିଧାୟକ ଥିବା ଖେରାଙ୍କୁ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରୁ ଗୁରୁବାର ଗିରଫ କରାଯାଇଥିଲା।

ଡେପୁଟି ଇନ୍ସପେକ୍ଟର ଜେନେରାଲ ପୋଲିସ ସ୍ବପନ ଶର୍ମାଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ଯାଞ୍ଚ ପରେ ଖେରାଙ୍କୁ ୨୦୧୫ ଡ୍ରଗ ମାମଲାରେ ଗିରଫ କରାଯାଇଥିଲା। ଏହି ଡ୍ରଗ ସମ୍ବନ୍ଧୀୟ ମାମଲା ମାର୍ଚ୍ଚ ୨୦୧୫ରେ ଫାଜିଲ୍କାର ଜାଲାଲବାଦରେ ପଞ୍ଜିକୃତ ହୋଇଥିଲା। ଏଥିରେ ଗୁରୁଦେବ ସିଂଙ୍କ ସମେତ ନଅ ଜଣଙ୍କ ବିରୋଧରେ ଏକ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲା ଏବଂ ପରେ ସେମାନେ ନାର୍କୋଟିକ ଡ୍ରଗ ଏବଂ ସାଇକୋଟ୍ରୋପିକ ପଦାର୍ଥ (ଏନ୍‌ଡିପିଏସ୍‌) ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

 

Share