ଆଇଡି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୨ ମାଓବାଦୀଙ୍କୁ ବାନ୍ଧିଲା ସୁକ୍‌ମା ପୋଲିସ

ମାଲକାନଗିରି,୧ା୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ମାଓବାଦୀଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋଡି ମୁକା ଓ ସୋଡି ଭୀମା।

ସୂଚନାଯୋଗ୍ୟ, କୁନ୍ଦେଡ ଗ୍ରାମ ନିକଟରେ ମାଓବାଦୀମାନେ ଥିବା ଖବର ପାଇ ଜଗରଗୁଣ୍ଡା ଥାନା ୧୬୫ ସିଆର୍‌ପିଏଫ୍‌ ବାହିନୀର ଏକ ଟିମ୍‌ ଉକ୍ତ ଅଞ୍ଚଳ ଅଭିମୁଖେ ଯାଇଥିଲେ। କୁନ୍ଦେଡ ଗ୍ରାମ ନିକଟ ଜଙ୍ଗଲରେ ସୋଡି ମୁକା ଓ ୧ ଲକ୍ଷ ପୁରସ୍କାର ଘୋଷିତ ସୋଡି ଭୀମାଙ୍କୁ ଦେଖି ଗିରଫ କରିଥିଲେ । ୨୦୧୬ରେ ରାଜପେଣ୍ଟା ନିକଟରେ ଆଇଇଡି ବିସ୍ଫୋରଣ ଘଟଣାରେ ଏହି ୨ ଜଣ ସାମିଲ ଥିଲେ। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share