ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର,୨୧ା୭(ଅନିଲ ଦାସ): ବିଜେଡି ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସୁଲତା ୨୦୨୨ ଜୁଲାଇରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ସଭା ଶିଳ୍ପ କମିଟି, ମହିଳା ସଶକ୍ତୀକରଣ କମିଟି, ଅଫିସ ଅଫ୍‌ ପ୍ରଫିଟ୍‌ ଯୁଗ୍ମ କମିଟି, ଏମ୍‌ପି ଲ୍ୟାଡ କମିଟି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର କନ୍‌ସୁଲେଟିଭ କମିଟିରେ ମଧ୍ୟ ସଦସ୍ୟ ରହିଛନ୍ତି।

Share