ଭୋଟ ଦେଲେ ସୁଲୋଚନା-ସୁନୀତି

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍‌ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥିନୀ ଡା. ସୁନୀତି ମୁଣ୍ଡ, ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାଶ ପ୍ରମୁଖ ଭୋଟ ଦେଇଛନ୍ତି।

ପ୍ରକାଶ ଯେ, ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Share