ସୁଭଦ୍ରା ଯୋଜନାର ଏସ୍‌ଓପି ଆସିବା ପରେ ଭାଜପାକୁ ନେଇ ଏମିତି କହିଦେଲେ ସୁଲତା

ଭୁବନେଶ୍ୱର,୨୪।୮ (ଅନିଲଦାସ): ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସ୍‌ଓପି ଆସିବା ପରେ ଭାଜପା ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି । ଏହି ଯୋଜନା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ।
ଶୁକ୍ରବାର ଶଙ୍ଖଭନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସୁଲତା କହିଛନ୍ତି, ରାଜ୍ୟର ଭତ୍ତାଧାରୀମାନଙ୍କ ଭତ୍ତାକୁ ୩୦୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିକଳାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ ହେଁ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଭତ୍ତାଧାରୀମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଭାଜପା ତରଫରୁ କୁହାଯାଇଥିଲା। ଏହି ଯୋଜନାର ହିତାଧିକାରୀମାନେ୨ ବର୍ଷରେ ୫୦ ହଜାର ଟଙ୍କା ଅର୍ଥାତ୍‌ ମାସିକ ପ୍ରାୟ ୨୧୦୦ଟଙ୍କା ପାଇବେ ବୋଲି କୁହାଯାଇଥିଲା। ପ୍ରକାଶିତ ହୋଇଥିବା ଏସ୍‌ଓପିରେ ସ୍ପଷ୍ଟ ହୋଇଛି ଯେ, ୨ ବର୍ଷରେ ନୁହେଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ; ଯାହାର ଅର୍ଥ ମାସକୁ ୨୧୦୦ ଟଙ୍କା ନୁହେଁ ବରଂ ମାତ୍ର ୮୩୩ ଟଙ୍କା ମିଳିବ। ଭାଜପାଶାସିତ ରାଜ୍ୟରେ ଯେଉଁଠି ଆଳୁ ଦର ୪୦ ଉପରେ ଓ ପିଆଜ ଦର ୫୫ ଟଙ୍କା ରହିଛି, ସେହି ସମୟରେ ମାତ୍ର ୨୭ ଟଙ୍କା ପ୍ରଦାନ ରାଜ୍ୟର ମହିଳାଙ୍କ ଦୁଃଖ ଦୂର କରିବାରେ କେତେଦୂର ସହାୟକ ହେବ ବୋଲି ସୁଲତା ପ୍ରଶ୍ନ କରିଛନ୍ତି। ପ୍ରାୟ ରାଜ୍ୟର ଭତ୍ତାଧାରୀଙ୍କ ପରି ମହିଳାମାନେ ମଧ୍ୟ ଭାଜପାର ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଏହି ଏସ୍‌ଓପିରେ କୁହାଯାଇଛି, ମାସିକ ୧୫୦୦ ଟଙ୍କା ସରକାରୀ ସହାୟତା ପାଉଥିବା ମହିଳାମାନେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ସିଆର୍‌ପି, ଏମ୍‌ବିକେ, ପାଚିକା ଇତ୍ୟାଦି ଏହି ଯୋଜନାରୁ ବଞ୍ଚିତ ହେବେ। ଏସ୍‌ଓପି ପ୍ରକାଶ ପରେ ସ୍ପଷ୍ଟ ହୋଇଛି, ରାଜ୍ୟର ପ୍ରାୟ ୧ କୋଟି ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ବୋଲି ସୁଲତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…

ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୬ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀଠାରେ ଆୟୋଜିତ କେନ୍ଦ୍ର...

ଅତିପ୍ରବଳ ବର୍ଷା ଆଶଙ୍କା: ୪ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୬ା୧୦: ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ବାତ୍ୟା ‘ଦାନା’। ଉତ୍ତର ଓଡ଼ିଶାରେ ସକ୍ରିୟ ଥିବାରୁ ପ୍ରଭାବରେ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଆଗାମୀ ୧୨...

ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri