ଭୁବନେଶ୍ୱର,୧୪।୩(ବ୍ୟୁରୋ): ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା। ତେବେ ଦୀର୍ଘ ୧୩ ବର୍ଷ ପରେ ଏହି ଘଟଣାରେ ସମ୍ପୃକ୍ତ ବିକ୍ରମ ଆଦିତ୍ୟ ଜେନାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ବୋଲି ଏକ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ମସିହାରେ ସଙ୍ଗୀତକାର ସୁମନ୍ତ ମହାନ୍ତିଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା। ପୋଲିସ ସେତେବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା। ମାତ୍ର ବିକ୍ରମ ଆଦିତ୍ୟ ଜେନା ଫେରାର ହୋଇଯାଇଥିଲେ। ୧୩ ବର୍ଷ ହେଲା ସେ ପୁଣେରେ ରହିବା ସହ ଜିମ୍ ଟ୍ରେନର ଭାବେ କାମ କରୁଥିଲେ। ପୋଲିସ ଏହାର ଛାନଭିନ୍ କରି ତାଙ୍କୁ ଗିରଫ କରିଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।