ଦ୍ୱିତୀୟ ବିବାହ କରିବେ ‘ଇମଲି’ ଫେମ୍‌ ଶୁମ୍ବୁଲଙ୍କ ବାପା

ମୁମ୍ବାଇ: ‘ଇମଲି’ ଧାରାବାହିକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶୁମ୍ବୁଲ ତୌକିର ପ୍ରାୟତଃ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ତାଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଶୁମ୍ବୁଲଙ୍କ ବାପା ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ବାପାଙ୍କ ଦ୍ୱିତୀୟ ବିବାହରେ ଶୁମ୍ବୁଲ ବହୁତ ଖୁସି ଥିବା ଜଣାପଡିଛି। ଏକ ସାକ୍ଷାତକାରରେ ବାପାଙ୍କ ବିଶେଷ ଦିନ ବିଷୟରେ ଶୁମ୍ବୁଲ କହିଛନ୍ତି, ଆମ ପରିବାରକୁ ନୂଆ ସଦସ୍ୟଙ୍କୁ ସ୍ବାଗତ କରିବାକୁ ଆମେ ବହୁତ ଖୁସି ଏବଂ ଉତ୍ସାହିତ। ଶୁମ୍ବୁଲଙ୍କ ବାପା ଜଣେ କୋରିଓଗ୍ରାଫର।

ଶମ୍ବୁଲଙ୍କର ଜଣେ ଭଉଣୀ ବି ଅଛନ୍ତି। ଶୁମ୍ବୁଲଙ୍କ ବାପା ଯେତେବେଳେ ଶୁମ୍ବୁଲଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ହୋଇ ଯାଇଥିଲା। କୋରିଓଗ୍ରାଫର୍‌ ତୌକିର ଖାନ ପ୍ରଥମ ସ୍ତ୍ରୀଙ୍କ ସହ ଛାଡପତ୍ର ପରେ ୨ ଜଣ ଝିଅକୁ ଏକା ପାଳିଛନ୍ତି। କୋରିଓଗ୍ରାଫର୍‌ ତୌକିର ଖାନ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇଛନ୍ତି, ଏବଂ ତାଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଏକ ଝିଅ ରହିଛି। ନୂଆ ମା’ଙ୍କ ସହ ଜଣେ ଭଉଣୀକୁ ପାଇବାକୁ ଯାଉଥିବାରୁ ଶୁମ୍ବୁଲ ବେଶ୍‌ ଉତ୍ସାହ ଅଛନ୍ତି।

 

Share