ସୁମ୍ବୁଲଙ୍କୁ ମିଳିଲା ବଡ ଶୋ’

ବମ୍ବେ: ବିଗ୍‌ବସ୍‌ରୁ ଆସିବା ପରେ ମିଳିଲା ବଡ ବ୍ରେକ୍‌। ଆମେ କହୁଛୁ ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁଙ୍କ ବିଷୟରେ। ‘ଇମଲି’ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ସୁମ୍ବୁଲ ଖୁବ୍‌ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକ ଧାରାବାହିକରେ ନଜର ଆସିବେ। ଶୁଟିଂ ସେଟ୍‌ରୁ ଅଭିନେତ୍ରୀଙ୍କୁ ଲୁକ୍‌ ଭାଇରାଲ ହେଉଛି।

ଟିନା ଦତ୍ତାଙ୍କ ଶୋ’ ‘ହମ୍‌ ରହେ ନା ହମ୍‌’ର ଟିଆର୍‌ପି ଭଲ ରହୁନାହିଁ। ଏଣୁ ଏହା କିଛିଦିନରେ ବନ୍ଦ ହୋଇଯିବ। ଏହାର ସ୍ଥାନ ନେବ ସୁମ୍ବୁଲଙ୍କ ଶୋ’। ହେଲେ ଏଯାବତ ସେନେଇ କୌଣସି ଘୋଷଣା କରାଯାଇନାହିଁ।

ଶୁଟିଂ ସେଟ୍‌ରୁ ସୁମ୍ବୁଲଙ୍କ ଫଟୋ ସାମ୍ନାକୁ ଆସିଛି। ସେଥିରେ ସେ ଆଇଏଏସ୍‌ ଅଫିସର କାବ୍ୟା ଭୂମିକାରେ ନଜର ଆସୁଛନ୍ତି।

Share