ମାଲାମାଲ କଲା ବିଗ୍‌ବସ୍‌, ନିଜ ପାଇଁ ବିଳାସପୂର୍ଣ୍ଣ ଘର କିଣିଲେ ସୁମ୍ବୁଲ

ବମ୍ବେ: ବିଗ୍‌ବସ୍‌ ବଦଳାଇଲା ଭାଗ୍ୟ। ଶୋ’ରେ ଶେଷ ସପ୍ତାହ ଯାଏ ରହିଥିବା ଟେଲିଭିଜନ ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁ ମାଲାମାଲ ହୋଇଛନ୍ତି। ତାଙ୍କୁ ପ୍ରତିଯୋଗୀ ଭାବେ ସବୁଠାରୁ ଅଧିକ ପାଉଣା ମିଳୁଥିଲା। ଏବେ ସେ ଏହି ଟଙ୍କାରେ ନିଜ ଲାଗି ବିଳାସପୂର୍ଣ୍ଣ ଘର କିଣିଛନ୍ତି। ନିଜର ସୋସିଆଲ ମିଡିଆରେ ନୂଆ ଘରର ଭିଡିଓ ସେ ଶେୟାର କରିଛନ୍ତି। ବାକିଥିବା ସାଜସଜ୍ଜା ସରିବା ପରେ ପ୍ରଶଂସକଙ୍କୁ ସେ ଘର ଦେଖାଇବେ ବୋଲି କହିଛନ୍ତି।

ବିଗ୍‌ବସ୍‌ ଘରେ ରହିବା ଲାଗି ସୁମ୍ବୁଲଙ୍କୁ ସପ୍ତାହକୁ ୯ ଲକ୍ଷ ଟଙ୍କା ମିଳୁଥିଲା। ଶୋ’ ସରିବା ପର୍ଯ୍ୟନ୍ତ ସେ ରହିଥିବା ଯୋଗୁ ତାଙ୍କୁ ୧.୬୮ କୋଟି ଟଙ୍କାରୁ ଅଧିକ ଟଙ୍କା ମିଳିଛି। ଏହି ଟଙ୍କାରେ ଏବେ ସୁମ୍ବୁଲ ନିଜ ଲାଗି ନୂଆ ଘର କିଣିଛନ୍ତି। ତେବେ ଘର ସଜାଇବା ଲାଗି ସେ ପ୍ରଶଂସକଙ୍କୁ ଆଇଡିଆ ଦେବାକୁ କହିଛନ୍ତି।

Share