କଟକ ଅଫିସ,୭।୫: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ଶେଷ ମଧ୍ୟସ୍ଥତା ବିଫଳ ହୋଇଛି। ଶନିବାର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ମଧ୍ୟସ୍ଥତାର ଶେଷ ତାରିଖ ଥିଲା। ତେବେ ଆସନ୍ତା ୯ ତାରିଖରେ ପୁଣି ହାଇକୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ। ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା ନେଇ ୩ଥର ଶୁଣାଣି ହୋଇଥିଲା ।
କହିରଖୁଛୁ, ଶାଶୁଘରେ ରହିବାକୁ ନେଇ ବ୍ରହ୍ମପୁର ବ୍ରହ୍ମାନଗର ଚର୍ଚ୍ଚାରେ ରହିଆସୁଛି। ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ ତପସ୍ବିନୀ ଦାସ। ବୁଝାସୁଝାରେ ବିଫଳ ହେବା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା।